Unknown

 

 

 

 

 

 

 

 

 

 

 

ପ୍ରତିଶବ୍ଦବୋଧିନୀ

ରତ୍ନାକର ଗର୍ଗବଟୁ

 

ମନୁଷ୍ୟ ବର୍ଗ

 

ନର

-

ମନୁଷ୍ୟ, ମାନୁଷ, ମର୍ତ୍ତ୍ୟ, ମନୁଜ, ମାନବ, ପୁରୁଷ ।

ନାରୀ

-

ସ୍ତ୍ରୀ, ଅବଳା, ମହିଳା, ଲଳନା, ଅଙ୍ଗନା, ରମଣୀ, ପ୍ରମଦା, କାମିନୀ, ରାମା-

ପତି

-

ଧବ, ଭର୍ତ୍ତା, ନାଥ, ବର, କାନ୍ତ, ସ୍ୱାମୀ ।

ପତ୍ନୀ

-

ଭାର୍ଯ୍ୟା, ଜାୟା, ଦାରା, ବନିତା, କାନ୍ତା, ଗୃହିଣୀ ।

ପିତା

-

ତାତ, ଜନକ, ପିଅର, ବପ୍ତା ।

ମାତା

-

ଜନୟିତ୍ରୀ, ପ୍ରସୂ, ଜନନୀ ।

ଭ୍ରାତା

-

ସୋଦର, ସହଜ, ସହୋଦର, ଭାଇ ।

ଭଗିନୀ

-

ସ୍ୱସା, ସହୋଦରା, ଭଉଣୀ ।

ପୁତ୍ର

-

ଆତ୍ମଜ, ତନୟ, ସୂନୁ, ସୁତ, ତନୁଜ, ନନ୍ଦନ ।

କନ୍ୟା

-

ଆତ୍ମଜା, ତନୟା, ସୁତା, ନନ୍ଦିନୀ, ଦୁହିତା ।

ଶତ୍ରୁ

-

ରିପୁ, ବୈରୀ, ଅରି, ପର, ଅରାତି, ପରିପନ୍ଥୀ ।

ମିତ୍ର

-

ସଖା, ସୁହୃତ୍‌, ବୟସ୍ୟ, ବନ୍ଧୁ, ସହଚର ।

ରାଜା

-

ନୃପ, ଭୂପ, ନୃପତି, ଭୂପତି, ମହୀପତି, ନରେଶ୍ୱର ।

ରାଣୀ

-

ରାଜ୍ଞୀ, ମହିଷୀ ।

ସମ୍ରାଟ

-

ଚକ୍ରବର୍ତ୍ତି, ସାର୍ବଭୈାମ, ଅଧିରାଜ, ରାଜେଶ ।

ପଣ୍ଡିତ

-

ବିଦ୍ୱାନ୍‌, ସୁଧୀ, ବୁଧ, ପ୍ରାଜ୍ଞ, କବି, ସ୍ମରି ।

ମୂର୍ଖ

-

ଅଜ୍ଞ, ମୂଢ଼, ବାଳିଶ, ନିର୍ବୋଧ, ପାଷଣ୍ଡ ।

ପ୍ରଭୁ

-

ସ୍ୱାମୀ, ନାୟକ, ନେତା, ନାହା, କର୍ତ୍ତା ।

ଭୃତ୍ୟ

-

ଦାସ, କିଙ୍କର, ପରିଚାରକ, ସେବକ, ଅନୁଚର ।

ଋଷି

-

ତପସ୍ୱୀ, ମୁନି, ଯତି, ସନ୍ନ୍ୟାସୀ, ଯୋଗୀ ।

ଶବର

-

କିରାତ, ପୁଳିନ୍ଦ, ବ୍ୟାଧ, ଲୁବ୍ଧକ, ନିଷାଦ ।

ଯୁବା

-

ବୟଃସ୍ଥ, ତରୁଣ, ଯୁବକ ।

ଦରିଦ୍ର

-

ନିଃସ୍ୱ, ଦୀନ, ଦୁର୍ଗତ, ଗରିବ ।

ଶଠ

-

ବଞ୍ଚକ, ପ୍ରତାରକ, ଖଳ, ଧୂର୍ତ୍ତ, କପଟୀ ।

ଚୋର

-

ଚୈାର, ସ୍ତେନ, ଦସ୍ୟୁ, ତସ୍କର, ମୋକ୍ଷକ, ଅପହର୍ତ୍ତା ।

କେଉଟ

-

କୈବର୍ତ୍ତ, ଦାସ, ଧୀବର, ଜାଲିକ ।

Image

 

ଅଙ୍ଗ ପ୍ରତ୍ୟଙ୍ଗ ବର୍ଗ

 

ଶରୀର

-

କଳେବର, ଗାତ୍ର ବପୁ, ଦେହ, ମୂର୍ତ୍ତି, ତନୁ, ଅଙ୍ଗ ।

ମୁହଁ

-

ବକ୍ସ, ଆସ୍ୟ, ବଦନ, ଆନନ, ଲପନ, ମୁଖ ।

ମସ୍ତକ

-

ଶିର, ଶୀର୍ଷ, ମୁର୍ଦ୍ଧା, ମୈାଳି, ମୁଣ୍ଡ, ମଥା ।

ବାଳ

-

ଚିକୁର, କୁନ୍ତଳ, କଚ, କେଶ, ଶିରୋରୁହ ।

ଚକ୍ଷୁ

-

ଲୋଚନ, ନୟନ, ନେତ୍ର, ଈଷଣ ଅକ୍ଷି, ଅମ୍ବକ ।

ନାସିକା

-

ଘ୍ରାଣ, ଗନ୍ଧବହା, ଘୋଣା, ନାସା ।

କର୍ଣ୍ଣ

-

ଶବ୍ଦଗ୍ରହ, ଶ୍ରୋତ୍ର, ଶ୍ରୁତି, ଶ୍ରବଣ, ଶ୍ରବଃ ।

ଦନ୍ତ

-

ରଦନ, ଦଶନ, ରଦ, ଦ୍ୱିଜ ।

ଜିହ୍ୱା

-

ରସଜ୍ଞା, ରସନା ।

ପେଟ

-

ପିଚଣ୍ଡ, କୁକ୍ଷି, ଜଠର, ଉଦର, ତୁନ୍ଦ ।

ହାତ

-

ହସ୍ତ, କର, ପାଣି, ବାହୁ, ଭୁଜ ।

ଗୋଡ଼

-

ପାଦ, ପଦ, ଅଘ୍ରୀଂ, ଚରଣ ।

ରକ୍ତ

-

ରୂଧିର, ଅସୂକ, ଲୋହିତ, ଅସ୍ର, ଶୋଣିତ ।

Image

 

ଜୀବଜନ୍ତୁ ବର୍ଗ

 

ସିଂହ

-

ମୃଗେନ୍ଦ୍ର, ପଞ୍ଚାସ୍ୟ, ହର୍ଯ୍ୟଷ, କେଶରୀ, ହରି ।

ବାଘ

-

ଶାର୍ଦ୍ଦୂଳ, ଦ୍ୱୈପୀ ।

ହାତୀ

-

ଦନ୍ତୀ, ହସ୍ତୀ, ଦ୍ୱିରଦ, ମାତଙ୍ଗ, ଗଜ, ନାଗ, କୁଞ୍ଜର, କରୀ, ଇଭ; ଦ୍ୱୀପ ।

ଘୋଡ଼ା

-

ଘୋଟକ, ତୁରଙ୍ଗ, ଅଶ୍ୱ, ତୁରଙ୍ଗମ, ବାଜୀ, ହୟ ।

ଗଧ

-

ଗର୍ଦ୍ଦଭ, ଖର, ରାସଭ ।

ହରିଣ

-

ମୃଗ, କୁରଙ୍ଗ, ବାତାୟୁ ।

ବିଲୁଆ

-

ଶିବା, ଗୋମୟୁ, ଶୃଗାଳ, ବଞ୍ଚକ, ଫେରୁ, ଜମ୍ବୁକ

ବିରାଡ଼ି

-

ଓତୁ, ବିଡ଼ାଳ, ମାର୍ଜର; ବୃଷଦଂଶକ, ଆଖୁଭୁକ୍‌ ।

କୁକୁର

-

ସାରମେୟ, କୁକ୍କୁର, ଶୁନ, ଶ୍ୱାନ ।

ମାଙ୍କଡ଼

-

କପି, ଶାଖାମୃଗ ମର୍କଟ, ବାନର, କୀଶ ।

କୁମ୍ଭୀର

-

ନକ୍ର, ଗ୍ରାହ ।

କଇଞ୍ଛ

-

କୂର୍ମ୍ମ, କର୍ମଠ, କଚ୍ଛପ ।

ମାଛ

-

ଝଷ, ମତ୍ସ୍ୟ, ମୀନ, ବିସାର, ଶଳ୍ଗି, ଅନିମିଷ ।

ସାପ

-

ସର୍ପ, ଭୁଜଙ୍ଗ, ଅହି, ବ୍ୟାଳ, କୁଣ୍ଡଳୀ, ଫଣୀ, ଉରଗ, ପନ୍ନଗ, ଭୋଗୀ; ଜିହ୍ମଗ, ପବନାଶନ ।

ବେଙ୍ଗ

-

ଭେକ, ମଣ୍ଡୂକ, ଶାଲୂର, ପ୍ଳବ, ଦର୍ଦୁର, ହରି ।

ମୂଷା

-

ଉନ୍ଦୁର; ମୂଷିକ, ଆଖୁ; ଇନ୍ଦୁର, ମୂଷିକ ।

ଭ୍ରମର

-

ମଧୁକର, ମମୁପ, ଅଳୀ; ଦ୍ୱିରେଫ, ଭୃଙ୍ଗ, ଷଟ୍‌ପଦ, ଅଳି

ପକ୍ଷୀ

-

ଖଗ; ବିହଙ୍ଗ; ଶକୁନ, ଦ୍ୱିଜ, ବି, ଖେଚର ।

ମୟୂର

-

ବର୍ହୀ, ନୀଳକଣ୍ଠ, ଶିଖି; କେକୀ, କଳାପୀ ।

କୋକିଳ

-

ବନପ୍ରିୟ, ପରଭୃତ୍‌, କୋକିଳ, ପିକ, ବସନ୍ତଦୂତ ।

କୁଆ

-

କାକ, କରଟ, ଧ୍ୱାକ୍ଷ୍ମ, ବଳିଭୂକ୍‌, ବାୟସ ।

କୁକୁଡ଼ା

-

କୃକବାକୁ, ତାମ୍ରଚୂଡ଼, କୂକ୍କୁଟ, ଚରଣାୟୁଧ ।

Image

 

ସ୍ୱର୍ଗ ବର୍ଗ

 

ସ୍ୱର୍ଗ

-

ନାକ, ତ୍ରିଦିବ, ତ୍ରିଦଶାଳୟ, ସୁରଲୋକ, ଦିବ ।

ଦେବ

-

ଅମର, ତ୍ରିଦଶ, ବିବୁଧ, ସୁର, ଲେଖ, ବୃନ୍ଦାରକ ।

ଅସୁର

-

ଦୈତ୍ୟ, ଦାନବ, ରକ୍ଷଃ, ରାକ୍ଷସ, ନିଶାଚର, କର୍ବୁର, ସୁରାରି ।

ବ୍ରହ୍ମା

-

ଧାତା, ବିରଞ୍ଚି, ସ୍ରଷ୍ଟା, ପ୍ରଜାପତି, ବିଧାତା, ବିଧି, ବିହି ।

ବିଷ୍ଣୁ

-

ନାରାୟଣ, କୃଷ୍ଣ, ଦାମୋଦର, କେଶବ, ମାଧବ, ଗୋବିନ୍ଦ, ଅଚ୍ୟୁତ, ଜାନର୍ଦ୍ଦନ, ପଦ୍ମନାଭ, ବାସୁଦେବ ।

ଲକ୍ଷ୍ମୀ

-

କମଳା, ଶ୍ରୀ, ଇନ୍ଦିରା, ଲୋକମାତା, ରମା, ପଦ୍ମା ।

ଶିବ

-

ଶମ୍ଭୁ, ଈଶ, ମହେଶ୍ୱର, ଈଶ୍ୱର, ଶଙ୍କର, ବାମଦେବ, ମହାଦେବ, ବିରୁପାକ୍ଷ, ତ୍ରିଲୋଚନ, ହର, ଭବ, ରୁଦ୍ରା

ପାର୍ବତୀ

-

ଉମା, ଗୈାରୀ, କାଳୀ, ଶିବା, ଭବାନୀ, ଅପର୍ଣ୍ଣା, ଦୁର୍ଗା, ଚଣ୍ଡିକା, ଅମ୍ବିକା ।

ଗଣେଶ

-

ବିନାୟକ, ବିଘ୍ନରାଜ, ଦ୍ୱୈମାତୁର, ଗଣାଧିପ, ଏକାନ୍ତ, ହେରମ୍ବ, ଲମ୍ବୋଦର, ଗଜାନନ ।

କାର୍ତ୍ତିକେୟ

-

ମହାସେନ, ଷଡ଼ାନନ, ସ୍କନ୍ଦ, ଷାଣ୍ମାତୁର, କୁମାର

ଇନ୍ଦ୍ର

-

ମଘବା, ପୁରନ୍ଦର, ଶକ୍ର, ବାସବ, ସୁରପତି, ବଳାରାତି, ଆଖଣ୍ଡଳ

ଯମ

-

ଧର୍ମ୍ମରାଜ, ପିତୃପତି, କୃତାନ୍ତ, ଶମନ, କାଳ, ଦଣ୍ଡଧର, ଅନ୍ତକ ।

ବରୁଣ

-

ପ୍ରଚେତା, ପାଶୀ, ଯାଦସାଂପତି, ଅପ୍ପତି ।

କୁବେର

-

କୁବେର, ଧନାଧିପ, କିନ୍ନରେଶ, ବୈଶ୍ରବଣ, ପୈାଲସ୍ତ୍ୟ ।

ବଳରାମ

-

ବଳଭଦ୍ର, ବଳଦେବ, ରାମ କାମପାଳ, ହଳାୟୁଧ ।

ମଦନ

-

ପ୍ରଦୁମ୍ନ, କନ୍ଦର୍ପ, ଅନଙ୍ଗ, ପଞ୍ଚଶର, ସ୍ମର, ରତିପତି, ମକରଧ୍ୱଜ ।

ଗରୁଡ଼

-

ବୈନତେୟ, ଖଗେଶ୍ୱର, ନାଗାନ୍ତକ, ସୂପର୍ଣ୍ଣ ।

ଆକାଶ

-

ବ୍ୟୋମ, ନଭଃ, ଅନ୍ତରୀକ୍ଷ, ଗଗନ, ଖ, ବିହାୟସ୍, ଶନ୍ୟ, ଅମ୍ବର ।

ଦିଗ

-

ଦିକ୍‌, ଦିଶ, କକୁଭ, କାଷ୍ଠା, ଆଶା, ହରିତ୍‌ ।

ବାୟୁ

-

ଅନିଳ, ସମୀର, ମରୁତ, ସମୀରଣ, ବାତ, ପବନ ।

ପ୍ରବଳବାୟୁ

-

ପବମାନ, ପ୍ରଭଞ୍ଜନ ।

ମେଘ

-

ଅଭ୍ର, ମେଘ, ବାରିବାହ, ବଳାହକ, ଜଳଧର, ବାରିଦ, ଘନ, ଜୀମୂତ, ମୁଦିର-

ବିଜୁଳି

-

ଶମ୍ପା, ହ୍ରାଦିନୀ, କ୍ଷଣପ୍ରଭା, ତଡ଼ିତ୍‌, ସୈାଦାମିନୀ, ବିଦ୍ୟୁତ୍‌, ଚଞ୍ଚଳା, ଚପଳା ।

ବଜ୍ର

-

କୁଳିଶ, ପବି, ଦିମ୍ଭୋଳି, ଅଶନି ।

ଚନ୍ଦ୍ର

-

ହିମାଂଶୁ, ଚନ୍ଦ୍ରମା, ଇନ୍ଦୁ, ବିଧୁ, ଅବ୍ମ, ସୋମ, ଦ୍ୱିଜରାଜ, ଶଶିଧର ।

ଚନ୍ଦ୍ରାଲୋକ

-

ଚନ୍ଦ୍ରିକା, କୈାମୁଦୀ, ଜ୍ୟୋତ୍ସ୍ନା ।

ତାରା

-

ନକ୍ଷନ୍ତ୍ର, ଋଷଭ, ତାରକା, ଉଡ଼ୁ ।

ସୂର୍ଯ୍ୟ

-

ଆଦିତ୍ୟ, ଭାସ୍କର, ଭାନୁ, ରବି, ଦିବାକର, ଅର୍କ, ମାର୍ତ୍ତଣ୍ଡ, ମିହିର, ତପନ, ସବିତା ।

ସୂର୍ଯ୍ୟକିରଣ

-

କିରଣ, ମୟୁଖ, ଅଂଶୁ, ଗଭସ୍ତି, କର, ମରୀଚି, ଦଧୀଚି, ଆତାପ ।

ପ୍ରଭା

-

ଭା, ଛବି, ଦ୍ୟୁତି, ଦୀପ୍ତି, ଆଭା, କାନ୍ତି ।

ଅନ୍ଧକାର

-

ଧ୍ୱନ୍ତ, ତମିସ୍ର, ତିମିର, ତମଃ ।

ଶବ୍ଦ

-

ନିନାଦ, ଧ୍ୱନି, ରବ, ସ୍ୱନ, ନିର୍ଘୋଷ, ନାଦ, ନିଃସ୍ୱନ, ଆରାବ, ଘୋଷ ।

ଜଗତ୍‌

-

ସଂସାର, ବ୍ରହ୍ମାଣ୍ଡ, ବିଶ୍ୱ, ଭୁବନ, ଚରାଚର ।

Image

 

ଭୂମିବର୍ଗ

 

ପୃଥିବୀ

-

ଭୂ, ଭୂମି, ଅଚଳା, ରସା, ଧରା, ଧରିତ୍ରୀ, ଧରଣୀ, କ୍ଷିତି, ବସୁମତୀ, ଅବନୀ, ମେଦିନୀ, ମହୀ ।

ଅରଣ୍ୟ

-

ଅଟବୀ, ବିପିନ, ଗହନ, କାନନ, ବନ, କାନ୍ତାର ।

ପର୍ବତ

-

ମହୀଧର, ଶିଖରୀ, ପର୍ବତ, ଅଦ୍ରି, ଗିରି, ଅଚଳ, ଶୈଳ, ନଗ, ଭୂଧର ।

ପଥର

-

ପାଷାଣ, ପ୍ରସ୍ତର, ଗ୍ରୀବା, ଉପଳ, ଅଶ୍ମ, ଶିଳା ।

କନ୍ଦର

-

କୋଟର, କୁହର, ବିବର, ଗହ୍ୱର, ବିଳ, ଗର୍ତ୍ତ ।

ସମୁଦ୍ର

-

ଉଦଧି, ସିନ୍ଧୁ, ସାଗର, ଅର୍ଣ୍ଣବ, ରତ୍ନାକର, ଜଳନିଧି ।

ଜଳ

-

ଆପ, ବାରି, ସଲିଳ, ପୟଃ, ଉଦକ, ତୋୟ, ନୀର, ଅମ୍ବୁ, ଅପ ।

ବରଫ

-

ତୁହିନ, ତୁଷାର, ହିମ, ନିହୀର ।

ନଦୀ

-

ସରିତ୍‌, ତରଙ୍ଗିଣୀ, ଶୈବଳିନୀ, ତଟିନୀ, ନିମ୍ନଗା, ଆପଗ ।

ଗଙ୍ଗାନଦୀ

-

ଗଙ୍ଗା, ବିଷ୍ଣୁପଦୀ, ଜହ୍ନୁ ତନୟା, ସୁରନିମ୍ନଗ, ଭାଗୀରଥି, ତ୍ରିପଥଗା, ତ୍ରିଃସ୍ରୋତା, ଭୀଷ୍ମସୂ ।

ଲହରୀ

-

ଭଙ୍ଗ, ତରଙ୍ଗ, ଉର୍ମ୍ମି, ବୀଚି, କଲ୍ଲୋଳ, ହିଲ୍ଲୋଳ, ।

ଅଗ୍ନି

-

ବୈଶ୍ୱାନର, ବହ୍ନି, ଜାତବେଦା, କୁଶାନୁ, ପାଚକ, ଅନଳ, ଦହନ, ହୁତାଶନ-

Image

 

ଉଦ୍ଭିଦ ବର୍ଗ

 

ବୃକ୍ଷ

-

ମହୀରୁହୁ, ଶୀଖୀ, ବିଟପୀ, ପାଦପ, ତରୁ, ଅନୋକହ, ଦ୍ରୁମ,

ଡ଼ାଳ

-

ବିଟପ, ଶାଖା ।

ଲତା

-

ବଲ୍ଲୀ, ବ୍ରତତୀ, ବଲ୍ଲରୀ ।

ପତ୍ର

-

ପତ୍ର, ପଲାଶ, ଛଦନ, ଦଳ, ପର୍ଣ୍ଣ, ଛଦ ।

କୋମଳପତ୍ର

-

ପଲ୍ଲବ, କିଶଳୟ ।

କଢି

-

କଳିକା, କୋରକ, ମୁକୁଳ, କୁଟ୍ମଳ ।

ଫୁଲ

-

ସୁମନ, ପୁଷ୍ପ, ପ୍ରସନ, କୁସୁମ ।

ଆମ୍ବ

-

ଆମ୍ର, ଚୂତ, ରସାଳ, ସହକାର ।

ପଦ୍ମ

-

ନଳିନ, ଅରବିନ୍ଦ, କମଳ, ଶତପତ୍ର, ତାମରସ, ରାଜୀବ, ପୁଷ୍କର ।

ଇନ୍ଦୀବର

-

ନୀଳପଦ୍ମ ।

କୋକନଦ

-

ଭକ୍ତପଦ୍ମ ।

ପୁଣ୍ଡରୀକ

-

ଶ୍ୱେତପଦ୍ମ ।

Image

 

କାଳବର୍ଗ

 

କାଳ

-

ବିଷ୍ଟି, ଅନେହା, ସମୟ ।

ଦିନ

-

ଘସ୍ର, ଅହଃ, ଦିବସ, ବାସର ।

ପ୍ରଭାତ

-

ପ୍ରତ୍ୟୁଷ, ଅହର୍ମୁଖ, ଉଷା, ପ୍ରଭାତ ।

ସନ୍ଧ୍ୟା

-

ଦିନାନ୍ତ, ସାୟଂ, ପିତୃପ୍ରସୂ ।

ରାତ୍ରି

-

ଶର୍ବରୀ, ନିଶା, ରାତ୍ରି, ତ୍ରିଯାମା, କ୍ଷଣଦା, କ୍ଷପା, ବିଭାବରୀ, ରଜନୀ, ଯାମିନୀ ।

ବର୍ଷ

-

ସଂବତ୍ସର, ବତ୍ସର, ଅବ୍ଦ, ଶକ ।

Image

 

ବିବିଧ ଶବ୍ଦ ବର୍ଗ

 

ବିଷ

-

ଗରଳ, କାଳକୂଟ, ହଳାହଳ ।

ଅମୃତ

-

ସୁଧା, ଅମିୟ, ପୀୟୂଷ ।

ସୁନା

-

ସ୍ୱର୍ଣ୍ଣ, ସୁବର୍ଣ୍ଣ, କନକ, ହିରଣ୍ୟ, ହେମ, ହାଟକ, କାଞ୍ଚନ, ଶାତକୁମ୍ଭ, ଜାମ୍ବୁନଦ, ଚାମୀକର ।

ରୂପା

-

ରୈାପ୍ୟ, ରଜତ ।

ଧନ

-

ଦ୍ରବ୍ୟ; ବିତ୍ତ, ବିଭବ, ସମ୍ପତ୍ତି, ସମ୍ପଦ, ସମ୍ବଳ, ଐଶ୍ୱର୍ଯ୍ୟ, ଦ୍ରବିଣ ।

ପାତାଳ

-

ରସାତଳ, ନାଗଲୋକ, ବଳିସଦ୍ମ, ଅଧୋଭୁବନ ।

ନୈାକା

-

ତରଣୀ, ତରୀ, ନୈା, ନାବ ।

କଳସୀ

-

କୁମ୍ଭ, କଳଶ, କଳଶି, ଘଟ ।

ଦଉଡ଼ି

-

ଡ଼ୋରୀ, ଡ଼ୋର, ରଜ୍ଜୁ, ରଶ୍ମି, ଗୁଣ ।

ପତାକା

-

କେତନ, ଧ୍ୱଜ, ବୈଜୟନ୍ତୀ, କେତୁ ।

ଧନୁ

-

ଚାପ, ଶରାସନ, କୋଦଣ୍ଡ, କାର୍ମ୍ମୁକ, ଇକ୍ଷ୍ୱାସ ।

କାଣ୍ଡ

-

ବାଣ, ଶର, ବଶିଖ, ସାୟକ, ମାର୍ଗଣ, ଇକ୍ଷୁ ।

ଖଣ୍ଡା

-

ଖଡ଼୍ଗ, ଅସି, କରବାକ, କୃପାଣ, ତରବାରି ।

କବଚ

-

ସାଞ୍ଜୁ, ତନୁତ୍ର, କବର, ବର୍ମ୍ମ ।

ଯୁଦ୍ଧ

-

ସମର, ରଣ, ବିଗ୍ରହ, ସଂଗ୍ରାମ, ଆହବ ।

ଘର

-

ଗୃହ, ଭବନ, ଆଗାର, ଆଳୟ, ନିଳୟ, ନିକେତନ, ସଦନ, ସଦ୍ମ, ବେଶ୍ମ, ପୁର ।

ପକାଘର

-

ହର୍ମ୍ମ୍ୟ, ଅଟ୍ଟାଳିକା, ପ୍ରାସାଦ, ସୈାଧ ।

ଦୋକାନ

-

ଆପଣ, ବିପଣି, ପଣ୍ୟବୀଥିକା ।

ବାଟ

-

ମାର୍ଗ, ସରଣି, ବତ୍ମ, ପନ୍ଥା, ପଥ, ଅଧ୍ୱ, ଅୟନ ।

ପୋଖରୀ

-

ପୁଷ୍କରିଣୀ, ତଡ଼ାଗ, କାସାଇ, ସରଣୀ, ସରଃ, ସରୋବର, ବାପୀ, ଦୀର୍ଘିକା ।

ବସ୍ତ୍ର

-

ବାସ, ଅମ୍ବର, ବସନ, ରେଳ, ଅଂଶୁକ, ପରିଚ୍ଛଦ ।

ଭାତ

-

ଭକ୍ତ, ଅନ୍ନ, ଓଦନ ।

ଦୁଧ

-

ଦୁଗ୍ଧ, ପୟଃ, କ୍ଷୀର, ସ୍ତନ୍ୟ ।

ଘିଅ

-

ଘୃତ, ହବିଃ, ଆଜ୍ୟ, ସର୍ପି, ହୁତ ।

ବୁଦ୍ଧି

-

ଧୀ, ପ୍ରଜ୍ଞା, ମତି, ମେଧା, ପ୍ରତିଭା ।

ଇଚ୍ଛା

-

ରୂଚି, ଅଭିଳାଷ, ଲାଳସା, ବାସନା, କାମନା, ବାଞ୍ଛା ।

ଆଚରଣ

-

ଚରିତ୍ର, ସ୍ୱଭାବ, ଆଚାର, ବ୍ୟବହାର ।

ଦୟା

-

କରୁଣା, କୃପା, ଅନୁଗ୍ରହ, ଅନୁକମ୍ପା ।

ଦାରୁଣ

-

ନିଷ୍ଠୁର, ନିର୍ଦ୍ଦୟ ।

ଭାଗ୍ୟ

-

କପାଳ, ନିୟତି, ଅଦୃଷ୍ଟ, ବିଧି, ଦୈବ ।

ପାପ

-

କଳୁଷ, ଅଘା, ପାତକ, କଳଷ, ବୃଜିନ, ଦୂରିତ, ଦୁଷ୍କର ।

ପୁଣ୍ୟ

-

ସୁକୃତି, ଧର୍ମ ।

କଥା

-

ବଚନ, ବଚ, ବାଣୀ, ବାକ୍ୟ, ଭାଷା, ଭାରତୀ ।

ଆଜ୍ଞା

-

ଅନୁମତି, ଆଦେଶ, ଅନୁଶାସନ, ଅନୁଜ୍ଞା, ନିର୍ଦ୍ଦେଶ ।

ମିଥ୍ୟା

-

ଅଲୀକ, ଅସତ୍ୟ, ଅନୂତ ।

ଆନନ୍ଦ

-

ମଦ, ପ୍ରୀତି, ପ୍ରମୋଦ, ଆମୋଦ, ହର୍ଷ, ଉଲ୍ଲାସ, ସୁଖ ।

ଭୟ

-

ଭୀତି, ତ୍ରାସ, ଆତଙ୍କ, ଶଙ୍କା, ଆଶଙ୍କା ।

ଭୋଜନ

-

ଆହାର, ଭକ୍ଷଣ, ଅଶନ ।

ଖେଳ

-

କ୍ରୀଡ଼ା, କେଳି, ଲୀଳା ।

ଥଟ୍ଟା

-

ପରିହାସ, ବ୍ୟଙ୍ଗ, ବିଦ୍ରୁପ, କୈାତୁକ ।

ଆପଦ

-

ବିପଦ, ସଂଙ୍କଟ, ବିପତ୍ତି, ଦୁର୍ଘଟନ, ଦୁର୍ଗତି ।

ହାଇ

-

ଜୃମ୍ଭଣ, ଜୃମ୍ଭା, ଜୃମ୍ଭିକା ।

ନିଦ୍ରା

-

ସୁପ୍ତି, ଶୟନ, ସ୍ୱପନ ।

ମରଣ

-

ନିଧନ, ନାଶ, ଅନ୍ତ, ପଞ୍ଚତ୍ୱ, ମୃତ୍ୟୁ ।

ଶୁଭ

-

ଶ୍ରେୟଃ, ଶିବ, ଭଦ୍ର, କଲ୍ୟାଣ, ମଙ୍ଗଳ, କୁଶଳ ।

ଶୁକ୍ଳ

-

ଶୁଭ, ଶୁଚି, ଶ୍ୱେତ, ଗୈାର, ସିତ, ଧବଳ ।

ସୁନ୍ଦର

-

ରୁଚିର, ଚାରୁ, ମନୋହର, ଶୋଭନ, ମଞ୍ଜୁଳ, ମନୋଜ୍ଞ ।

ଶୀଘ୍ର

-

ତ୍ୱରିତ, କ୍ଷିପ୍ର, ଦ୍ରୁତ, ସତ୍ୱର, ତୂର୍ଣ୍ଣ, ଆଶୁ ।

ନୂଆ

-

ନୂତନ, ନବୀନ, ଅଭିନବ, ନବ ।

ସମୂହ

-

ବ୍ରଜ, ସ୍ତୋମ, ନିକର, ଚୟ, ଗଣ, ସଂହତି, ବୃନ୍ଦ ।

ଯୋଡ଼ା

-

ଯୁଗ୍ମ, ମିଥୁନ, ଦ୍ୱନ୍ଦ, ଯୁଗଳ, ଉଭୟ, ବେନି, ଦ୍ୱୟ

ଧାଡ଼ି

-

ଶ୍ରେଣୀ, ବିଧି, ଆବଳୀ, ଆଳୀ, ରାଜୀ, ପଙକ୍ତି ।

Image

 

ପରିଶିଷ୍ଟ (୧)

ଶିବଙ୍କ ସମାଜ

 

ସ୍ଥାନ

-

କୈଳାସ, ଶ୍ମଶାନ ।

ଭାର୍ଯ୍ୟା

-

ଦୁର୍ଗା ।

ପୁତ୍ର

-

କାର୍ତ୍ତିକେୟ, ଗଣେଶ ।

ଦ୍ୱାରୀ

-

ନନ୍ଦୀ, ଭ୍ରୁକୁଟୀ, ଭୃଙ୍ଗୀ, ଗଣେଶ ।

ମିତ୍ର

-

କୁବେର ।

ଶତ୍ରୁ

-

ମଦନ, ଅନ୍ଧକ, ତ୍ରିପୁର ।

ଗଣ

-

ରୁଦ୍ରଗଣ, ପ୍ରମଥଗଣ ।

ଧାରଣ

-

ତ୍ରିଶୂଳ, ଡ଼ମ୍ବରୁ ସର୍ପ, ମୃଗ ।

ଧନୁ

-

ପିନାକ ।

ଜଟାସମୂହ

-

କପର୍ଦ୍ଦ ।

Image

 

ବିଷ୍ଣୁଙ୍କ ସମାଜ

 

ସ୍ଥାନ

-

ବୈକୁଣ୍ଠ, କ୍ଷୀରସମୁଦ୍ର ।

ଭାର୍ଯ୍ୟା

-

ଲକ୍ଷ୍ମୀ, ସରସ୍ୱତୀ ।

ପୁତ୍ର

-

ମଦନ ।

ଦ୍ୱରୀ

-

ଜୟ, ବିଜୟ ।

ମିତ୍ର

-

ସୁଦାମା ।

ଶତ୍ରୁ

-

ରାବଣ, ମଧୁକୈଟଭ, କଂସ, ହିରଣ୍ୟ, ଶିଶୁପାଳ ।

ବାହନ

-

ଗରୁଡ଼ ।

ବସ୍ତ୍ର

-

ପୀତାମ୍ବର, ଶୁକ୍ଳାମ୍ବର ।

ଶଯ୍ୟା

-

ଅନନ୍ତନାଗ ।

ଧାରଣ

-

ଶଙ୍ଖ, ଚକ୍ର, ଗଦା, ପଦ୍ମ ।

ଚକ୍ର

-

ସୁଦର୍ଶନ ।

ଗଦା

-

କୈାମୋଦକୀ ।

ଖଡ଼୍ଗ

-

ନନ୍ଦକ ।

ଶଙ୍ଖ

-

ପାଞ୍ଚଜନ୍ୟ ।

ମଣି

-

କୈାସ୍ତୁଭ ।

ଚିହ୍ନ

-

ଶ୍ରୀବତ୍ସ ।

ଧନ

-

ଶାଙ୍ଗ ।

ଅଶ୍ୱ

-

ଶୈବ, ସଗ୍ରୀବ, ମେଘପୁଷ୍ପ୍ୟ, ବଳାହକ ।

Image

 

ଇନ୍ଦ୍ରଙ୍କ ସମାଜ

 

ନଗରୀ

-

ଅମରାବତୀ ।

ପ୍ରାସାଦ

-

ବୈଜୟନ୍ତ ।

ଭାର୍ଯ୍ୟା

-

ଶଚୀ, ପୁଲୋମଜା ।

ପୁତ୍ର

-

ଜୟନ୍ତ, ପାକଶାସନ ।

ସାରଥି

-

ମାତଳି ।

ଘୋଡ଼ା

-

ଉଚ୍ଚୈଶ୍ରବାଃ ।

ହାତୀ

-

ଐରାବତ ।

ରଥ

-

ବ୍ୟୋମଯାନ ।

ବାହନ

-

ମେଘ, ଐରାବତ ।

ଅସ୍ତ୍ର

-

ବଜ୍ର ।

ସଭା

-

ସୁଧମ୍ମା ।

ଉଦ୍ୟାନ

-

ନନ୍ଦନକାନନ ।

ପୁଷ୍ପ

-

ପାରିଜାତ ।

Image

 

କୁବେରଙ୍କ ସମାଜ

 

ସ୍ଥାନ

-

କୈଳାସ ।

ପୁରୀ

-

ଅଳକା ।

ଉଦ୍ୟାଦ

-

ଚିତ୍ରରଥ ।

ପୁତ୍ର

-

ନଳ, କୁବର ।

ରଥ

-

ପୁଷ୍ପକ ।

Image

 

ପରିଶିଷ୍ଟ (୨)

ନାନାର୍ଥ ଶବ୍ଦମାଳା

 

ଅଙ୍କ

-

କ୍ରୋଡ଼, ବର୍ଷ, ଚିହ୍ନ, ସଂଖ୍ୟା ।

ଅମୃତ

-

ଅମିୟ, ଜଳ ।

ଅମ୍ବର

-

ଆକାଶ, ବସ୍ତ୍ର,

କଟକ

-

ସୈନ୍ୟନିବାସ, ବଳୟ ।

କମଳ

-

ପଦ୍ମ, ଜଳ, ମୃଗ ।

କର

-

କିରଣ, ହସ୍ତ, ଖଜଣା ।

କେତୁ

-

ପତାକା, କେତୁଗ୍ରହ ।

ଖଗ

-

ବାଣ, ପକ୍ଷୀ, ସୂର୍ଯ୍ୟ ।

ଗୁଣ

-

ଜ୍ଞାନ, ରଜ୍ଜୁ, ଜ୍ୟା, ବିନୟାଦି, ସତ୍ତ୍ୱ, ରଜଃ, ଓ ତମଃ

ଗୋ

-

ଗୋରୁ, ସ୍ୱର୍ଗ, ବାଣ, ପଶୁ, ବଚନ, ବଜ୍ର, ନେତ୍ର, ପୃଥିବୀ ।

ଘନ

-

ମେଘ, ବହଳ ।

ଜୀବନ

-

ଜଳ, ବାୟୁ, ପ୍ରାଣ ।

ତୀର

-

ଶର, କୂଳ ।

ଦଳ

-

ପତ୍ର, ସମୁହ, ଜଳଜଉଦ୍ଭିଦ ।

ଦ୍ୱିଜ

-

ବ୍ରାହ୍ମଣ, ପକ୍ଷୀ, ସର୍ପ, ମତ୍ସ୍ୟ, ଦନ୍ତ, ନକ୍ଷତ୍ର ।

ଧର୍ମ

-

ପୁଣ୍ୟ, ଗୁଣ, ସତ୍କର୍ମ, ରୀତି, ସ୍ୱାଭାବିକ ଅବସ୍ଥା ।

ଧାର

-

ଋଣ, କୂଳ, ଅସ୍ତ୍ରର ଅଗ୍ରଭାଗ ।

ଧ୍ରୁବ

-

ନିଶ୍ଚୟ, ଲଣ୍ଡାବୃକ୍ଷ, ନକ୍ଷତ୍ରବଶେଷ ।

ନାକ

-

ନାସିକା, ସ୍ୱର୍ଗ, ଆକାଶ ।

ନାଗ

-

ସର୍ପ, ହସ୍ତୀ ।

ନୀଳକଣ୍ଠ

-

ମହାଦେବ, ମୟୂର ।

ପକ୍ଷ

-

ଡ଼େଣା, ପାର୍ଶ୍ୱ, ମାସାର୍ଦ୍ଧ, ଦଳ ।

ପିତା

-

ଜନକ, ତିକ୍ତ ।

ବନ

-

ଜଳ, କାନନ ।

ବଂଶ

-

କୁଳ, ବାଉଁଶ ।

ବାଡ଼ି

-

ଯଷ୍ଟି, ବଗିଚା ।

ବାଜୀ

-

ଘୋଡ଼ା, ପକ୍ଷୀ, ବାଣ ।

ବାଳ

-

କେଶ, ବାଳକ ।

ବାସ

-

ବସ୍ତ୍ର, ଗୃହ, ଗନ୍ଧ ।

ବାରଣ

-

ନିଷେଧ, ହସ୍ତୀ, ପାହାଚ ।

ବିଗ୍ରହ

-

ଦେହ, କଳହ ।

ବୁଧ

-

ପଣ୍ଡିତ, ବାରବିଶେଷ, ଗ୍ରହବିଶେଷ ।

ବ୍ରଜ

-

ସମୂହ, ଗୋଷ୍ଠ, ପଥ ।

ମଧୁ

-

ମହୁ, ମକରନ୍ଦ, ବସନ୍ତ, ଦୈତ୍ୟବିଶେଷ ।

ମଙ୍ଗଳ

-

ଶୁଭ, ଗ୍ରହବିଶେଷ, ବାରବିଶେଷ ।

ଯୋଗ

-

ଧ୍ୟାନ, ମିଶାଣ ।

ରକ୍ତ

-

ଲାଲବର୍ଣ୍ଣ, ଶୋଣିତ ।

ରଶ୍ମି

-

କିରଣ, ଦଉଡ଼ି ।

ରସ

-

କ୍ଷୀର, ଜଳ, ମଜ୍ଜା, ବୀରରସପ୍ରଭୃତି ।

ରାଶି

-

ତିଳ, ସମହ, ମେଷାଦିରାଶି ।

ଶିବ

-

ମହାଦେବ, ମଙ୍ଗଳ ।

ଶିବା

-

ଦୁର୍ଗା, ଶୃଗାଳ ।

ସର

-

ଦୁଧସର, ପୋଖରୀ ।

ହରି

-

ଯମ, ବାୟୁ, ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ, ବିଷ୍ଣୁ, ସିଂହ, ପବନ, ଧନୁ, ଭେକ, କିରଣ, ଘୋଟକ, ସର୍ପ, ବାନର, ଶୁକପକ୍ଷୀ ।

Image